Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ- ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ବିଜେପି ସରକାର

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଗଣତନ୍ତ୍ରର ମହାପର୍ବର ମହା ଫଳାଫଳ ଆସିବ। ଇଭିଏମ୍‌ ଓ ଭିିିଭିପାଟ୍‌ରେ ବନ୍ଦ ହୋଇଥିବା ଜନାଦେଶ ସାମ୍ନାକୁ ଆସିବ। ଆଉ ସ୍ପଷ୍ଟ ହୋଇଯିବ ଯେ ୨୦୨୪ ସିଂହାସନରେ କିଏ ବସିବ। ଫଳାଫଳ ଆସିବା ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡ଼ିଶାରେ ଏଥର ପରିବର୍ତ୍ତନ ସୁନିଶ୍ଚିତ।

ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ କହିଛନ୍ତିି, ଚଳିତ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ ହୋଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ମନସ୍ଥ କରିଛନ୍ତି ରାଜ୍ୟବାସୀ। ଏହି ପରିବର୍ତ୍ତନ ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ। ବିଜେପି ସରକାରକୁ ଆସିବା ପରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବ ଏବଂ ରୋଜଗାର ବଢ଼ିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନାଥାଉକି, ଚଳିତଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନରେ ଠିଆ ହୋଇଛନ୍ତି। ସେ ସମ୍ବଲପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଠିଆ ହୋଇଥିଲେ। ତାଙ୍କ ବିପକ୍ଷରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିଲେ। ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରୁ କିଏ ଜିିତିବ ସମ୍ବଲପୁର ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.