Odisha Link
Bridging the Missing Links in Odisha

ତାଜ୍‌ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ତାଜ୍‌ ଏକ୍ସପ୍ରେସ ଟ୍ରେନ୍‌ରେ ଭୟଙ୍କର ନିଆଁ। ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଥିଳା। ଏହି ବଡ଼ ଦୁର୍ଘଟଣାଟି ତୁଗଲକାବାଦ-ଓଖଲା ମଧ୍ୟରେ ହୋଇଛି।

ରେଳ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ର ବଗି ଗୁଡ଼ିକରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ବର୍ତ୍ତମାନ ଅଗ୍ନିଶମ ବାହିନୀ ନିଆଁ ଲଗାଇବା କାର୍ଯ୍ୟରେ ଲାଗିଛନ୍ତି। କ’ଣ ପାଇଁ ନିଆଁ ଲାଗିଲା ତାହାର ତଦନ୍ତ ହେବ ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି।

ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସ୍ଥାନୀ ଡିସିପି ରେଲଓ୍ବେ କହିଛନ୍ତି ଯେ ମୋଟ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାଳୀ ଦଳ ତାଙ୍କ କାର୍ଯ୍ୟ କରୁଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.