Odisha Link
Bridging the Missing Links in Odisha

ଆସାମରେ ବନ୍ୟାର ବିତ୍ପାତ, ଗଲାଣି ୧୪ରୁ ଅଧିକ ଜୀବନ

ଓଏଲ୍‌ ବ୍ୟୁରୋ: ଆସାମର ଉତ୍ତର-ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲାଣି। ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସେପଟେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) ପକ୍ଷରୁ ରବିବାର ଜାରି ବୁଲେଟିନରେ କୁହାଯାଇଛି ଯେ ବନ୍ୟା ରେ ୧୩ଟି ଜିଲ୍ଲାର ସାଢେ ୫ ଲକ୍ଷ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିଭିନ୍ନ ଜିଲ୍ଲାର ୧୯୩ଟି ରିଲିଫ୍ କ୍ୟାମ୍ପରେ ୩୯ ହଜାରରୁ ଅଧିକ ବିସ୍ଥାପିତ ଆଶ୍ରୟ ନେଇଛନ୍ତି। ଏହା ସହ ଅନ୍ୟ ୮୨ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି।

Leave A Reply

Your email address will not be published.