କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ

ଓଏଲ୍ ବ୍ୟୁରୋ: ଦୀନେଶ କାର୍ତ୍ତିକଙ୍କ ପରେ କ୍ରିକେଟରୁ ଅବସର ନେଲେ ଷ୍ଟାର କ୍ରିକେଟର କେଦାର ଯାଦବ। ୩୯ ବର୍ଷିୟ କେଦାର ଯାଦବ ଅବସର ନେବା ସମ୍ପର୍କିତ ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ। ଅପରାହ୍ନ ୩ଟା ସମୟରେ ଅବସର ସମ୍ପର୍କିତ ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୂଚନାଥାଉକି, ୨୦୨୦ ଫେବ୍ରୁଆରୀ ମାସରେ ଭାରତ ପାଇଁ ଶେଷ ମୁକାବିଲା ଖେଳିଥିଲେ କେଦାର ଯାଦବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ ଯାଦବ।
କେଦାର ଯାଦବ ସୋସିଆଲ ମିଡିଆରେ ଲେଖିଛନ୍ତି, ମୋର ସମ୍ପୂର୍ଣ୍ଣ କ୍ରିକେଟ କ୍ୟାରିୟରେ ଅତୁଟ ଭଲ ପାଇବା ଓ ସମର୍ଥନ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଅପରାହ୍ନ ୩ଟା ପରେ ମୋତେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି ବୋଲି ଜାଣନ୍ତୁ।
୨୦୧୪ ମସିହାରେ କେଦାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ପକ୍ଷରୁ ବିଶ୍ବ କ୍ରିକେଟରେ ଡେବ୍ୟୁ କରିଥିଲେ। କେଦାର ଯାଦବ ଭାରତ ପାଇଁ ୭୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୪୨.୦୯ ହାରରେ ସେ ୧୩୮୯ ରନ୍ ସ୍କୋର କରିଥିଲେ। କେଦାର ଯାଦବଙ୍କ ନାମରେ ୨ଟି ଶତକ ଓ ୬ ଅର୍ଦ୍ଧଶତକୀୟ ଇନିଂସ ରହିଛି। ସେହିପରି ୯ଟି ଟି-୨୦ ମ୍ୟାଚ୍ ଭାରତ ପକ୍ଷରୁ ଖେଳିଛନ୍ତି।