ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚାଲିଛି ଆଲୋଚନା
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଜାରି ରହିଛି। ବିଜେଡି ସରକାରର ପଞ୍ଚମ ପାଳିର ଶେଷ ବୈଠକ ହୋଇଥିବାବେଳେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଭର୍ଚ୍ଚୁଆଲରେ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଭୋଟ୍ ଗଣତି ପୂର୍ବରୁ ଏହା ଶେଷ ବୈଠକ।