କାଲିଠୁ ପୁଣି ବଢ଼ିବ ତାତି, ୫ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଯାହାଫଳରେ କିଛି ସ୍ଥାନରେ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ହେଲେ କାଲିଠୁ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର।
ଆସନ୍ତାକାଲିଠୁ ରାଜ୍ୟର ତାପମାତ୍ରା ୨-୪ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାରେ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ବି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଉପକୂଳ ଜିଲ୍ଲା ଗୁଡ଼ିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ଭୁବନେଶ୍ବର ନିର୍ଦ୍ଦେଶକ କହିଛନ୍ତି।