ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ, ଜାଣନ୍ତୁ ଏହା କେଉଁ ୱେବସାଇଟରେ ଉପଲବ୍ଧ
ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା ଫଳ। ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମ, ଏମବିଏ,ଏମସିଏ ସମେତ ୨୩ଟି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ୫୬୦୪୭ ଜଣ ଛାତ୍ରଛାତ୍ରୀ ଭାଗନେଇଥିବାବେଳେ ୫୬୦୦୦ ପିଲାଙ୍କୁ ରାଙ୍କ ପ୍ରଦାନ କରାଯାଇଛି। ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟରେ ଯାଇ ଚେକ କରିପାରିବେ। ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ https://www.ojee.nic.in/ ରେ ଯାଇ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ଜାଣିପାରିବେ।