Odisha Link
Bridging the Missing Links in Odisha

ରଥ ଖଳାରେ କୁନି କାରିଗର, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ରଥ ଖଳାରେ କୁନି କାରିଗର ମଧ୍ୟ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। ରଥ ଖଳାରେ ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ମୋଟ ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ରଥର ନିରାଡ଼ି, ଖମ୍ବ, ଓରା ନିର୍ମାଣ ଚାଲୁଅଛି। ଏଥିସହ କୁଡୁକା, ଗୁଜ, ତିଖ ଗୁଜ ଏବଂ ଜଳଜନ୍ତ୍ର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

ରଥ ଖଳା ଠାରେ ତିନି ରଥର ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ତିନିରଥର ମୁହାଁଟ, ନିରାଡି, ଓରା ଏବଂ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏହାସହ ସାଲଗୁଜ ଗୁଡିକରେ ରୂପ ଖୋଦେଇ ସହ ରଥର ଯୋଖା କଣ୍ଟା ଓ ଦଣ୍ଡା କଣ୍ଟା ନିର୍ମାଣ ଚାଲିଛି। ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ। ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି। ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।

Leave A Reply

Your email address will not be published.