Odisha Link
Bridging the Missing Links in Odisha

ରାତି ପାହିଲେ ଆସିବ ଜନାଦେଶ, ତାପୂର୍ବରୁ ସେୟାର ମାର୍କେଟରେ ଉତ୍ସାହ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ଗଣତନ୍ତ୍ରର ମହାପର୍ବର ଫଳାଫଳକୁ ଅପେକ୍ଷା କରିଛନ୍ତି ଦେଶବାସୀ। ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ସେୟାର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ସୋମବାର ସେନସେକ୍ସ ୨୦୦୦ ପଏଣ୍ଟ ଉପରକୁ ଉଠି ୭୬,୭୩୮ରେ କାରବାର ଆରମ୍ଭ କରିଛି। ସେହିପରି ନିଫ୍ଟି ୬୫୦ ପଏଣ୍ଟ ଉପରକୁ ଉଠି ୨୩,୩୩୮ରେ କାରବାର ଆରମ୍ଭ କରିଛି।

ଚଳିତ ବର୍ଷ ସେୟାର ବଜାରରେ ଏହା ହେଉଛି ସବୁଠାରୁ ବଡ ବୃଦ୍ଧି। ଏହାପୂର୍ବରୁ ଜାନୁଆରୀ ୨୯ରେ, ସେନ୍ସେକ୍ସରେ ୯୭୨(୧.୭୬%) ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଥିଲା। ଏଥି ସହିତ, ଆଦାନୀ ପୋର୍ଟଗୁଡିକର ସେୟାରଗୁଡିକ ବହୁତ ଦ୍ରୁତ ଗତିରେ ଚାଲୁଛି। ବଜାରରେ ଏଭଳି ଜବରଦସ୍ତ ବୃଦ୍ଧି ବୁଥ୍‌ ବାହୁଡ଼ା ମତ ସହିତ ଜଡିତ ଅଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

ବିଗତ ୨ ବର୍ଷର କଥା ଯଦି କହିବା ଆଜି ପ୍ରଥମ ଥର ପାଇଁ ସେୟାର ମାର୍କେଟରେ ଉଭୟ ସେନସେକ୍ସ ଓ ନିଫ୍ଟି ଅଲ୍‌ ଟାଇମ୍‌ ହାଇ ରହିଛି। ଏହାପୂର୍ବରୁ ୨୦୨୨ ଅଗଷ୍ଟ ୩୦ରେ ସେନସେକ୍ସ ୧୫୦୦ ପଏଣ୍ଟ ଉପରକୁ ଉଠି କାରବାର ଆରମ୍ଭ କରିଥିଲା। ସେବେ ସେନସେକ୍ସ ୭୬,୦୫୦ରେ ଓ ନିଫ୍ଟି ୨୩,୨୦୦ରେ କାରବାର କରିଥିଲା।

ସେହିପରି ଡଲାର ମୁକାବିଲାରେ ଟଙ୍କା ୪୨ ପଇସା ବୃଦ୍ଧି ପାଇଛି। ଆମେରିକା ଡଲାର ମୁକାବିଲାରେ ୮୩ ଟଙ୍କା ପ୍ରତି ଡଲାରରେ ପହଁଞ୍ଚିଛି। ଏହାପୂ୍ରବରୁ ଡଲାର ମୁକାବିଲାରେ ୮୩.୪୨ ଥିଲା ଟଙ୍କା। ସବୁଠୁ ବଡ଼କଥା ହେଲା ଆଜି ଆଦାନୀ ଗ୍ରୁପର ସମସ୍ତ ୧୦ଟି ସେୟାରରେ ଉତ୍ସାହ ଦେଖିବାକୁ ମିଳିଛି। ଆଦାନୀ ପାଓ୍ବାରରେ ସର୍ବାଧିକ ୧୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ମେ’ ୩୧ ତାରିଖରେ ବି ଆଦାନୀ ଗ୍ରୁପର ସମସ୍ତ ସେୟାରରେ ଉତ୍ସାହ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.