ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟ ନିଷ୍ପତ୍ତି

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିଶ ହୋଇଛି। ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ। ଭୋଟ୍ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଭୋଟ୍ ଗଣତି ପରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ଜୁନ୍ ୪ରେ ଭୋଟ୍ ଗଣତି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ।