Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ବିଜେପିର ବାଜିମାତ, ଜିତିଲେ ଅପରାଜିତା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏପର୍ଯ୍ୟନ୍ତ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟାଜିକ ନମ୍ବର ଦୃଷ୍ଟିରୁ ଆଗୁଆ ରହିଛି ଏନଡିଏ। ସେହିଭଳି ଓଡ଼ିଶା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ପୁଣି ଥରେ ଭୁବନେଶ୍ୱରରେ ବାଜି ମାରିଲା ବିଜେପି। ମନ୍ମଥ ରାଉତରାୟଙ୍କୁ ପରାଜିତ କରି ଅପରାଜିତା ଷଡ଼ଙ୍ଗୀ ବିଜୟ ଲାଭ କରିଛନ୍ତି।

Leave A Reply

Your email address will not be published.