ଦଶପଲ୍ଲା ଆସନ: ବାଜି ମାରିଲେ ରମେଶ ଚନ୍ଦ୍ର ବେହେରା
ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଜୋରଦାର ଟକ୍କର ସହ ଜିତିଲେ ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ବିଜୟୀ ହେଇଛନ୍ତି। ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକଙ୍କଠାରୁ ୬୩୫୨ ଭୋଟ୍ ବ୍ୟବଧାନରେ ବିଜୟୀ ହେଇଛନ୍ତି ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା। ଦଶପଲ୍ଲା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ସମୁଦାୟ ୬୧୮୬୬ ଭୋଟ ହାସଲ କରିଥିବାବେଳେ ବିଜେପି ପ୍ରାର୍ଥୀ ୫୫୫୧୪ ଭୋଟ ପାଇଛନ୍ତି।