ଜନାଦେଶ ୨୦୨୪: ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଆଗରେ, ପଛରେ ଇଣ୍ଡିଆ ମେଣ୍ଟ
ଓଏଲ୍ ବ୍ୟୁରୋ: ଖୋଲିଲା ଇଭିଏମ୍ ପେଡି। ଆରମ୍ଭ ହେଲା ଭୋଟ ଗଣତି। ନିର୍ଦ୍ଧାରିତ ହେବ ପ୍ରାର୍ଥୀଙ୍କ ଭାଗ୍ୟ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ଏନଡିଏ ରହିଥିବା ବେଳେ ପଛରେ ଇଣ୍ଡିଆ ମେଣ୍ଟ। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୨ ସିଟ୍ରେ ଆଗରେ ରହିଥିବା ବେଳେ ଇଣ୍ଡି ମେଣ୍ଟ ୧୧୭ରେ ଆଗୁଆ ରହିଛି।
ସେହିପରି ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ଝାରସୁଗୁଡ଼ା ଆସନରେ ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଥିବା ସୂଚନା ମିଳିଛି। ସେହିପରି ପୁରୀ, ସମ୍ବଲପୁର ଓ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥି ଆଗୁଆ ରହିଛନ୍ତି।