Odisha Link
Bridging the Missing Links in Odisha

ଜନାଦେଶ ୨୦୨୪: ନୂଆପଡ଼ା ବିଧାନସଭା ଆସନରେ ବିଜେପି ଆଗୁଆ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରଥମ ରାଉଣ୍ଡରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୩୦୦୩ ଖଣ୍ଡ ଭୋଟ ପାଇଛନ୍ତି। ବିଜୁ ଜନତା ଦଳର ରାଜେନ୍ଦ୍ର ଢୋଲକିଆ ୧୭୨୮, ସ୍ବାଧୀନ ଘାସିରାମ ମାଝୀ ୮୬୭ ଏବଂ କଂଗ୍ରେସର ଶରତ ପଟ୍ଟନାୟକ ୬୬୬ ଭୋଟ ପାଇଛନ୍ତି। ବିଜେପି ୧୨୭୫ ଭୋଟରେ ଆଗୁଆ ରହିଛି। ସେହିଭଳି ୧୩ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୬ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଆଗୁଆ ରହିଛି।

Leave A Reply

Your email address will not be published.