କେନ୍ଦ୍ରାପଡ଼ା ଆସନରେ ବାଜି ମାରିଲା ବିଜେଡି, ଜିତିଲେ ଗଣେଶ୍ୱର ବେହେରା

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ କେନ୍ଦ୍ରାପଡ଼ା ଆସନରେ ଅପରିବର୍ତ୍ତିତ ରହିଛି ବିଜେଡିର ବିଜୟ ଧାରା। ଅପେକ୍ଷାର ଅନ୍ତ ଘଟାଇ ଆସିଲା ଓଡ଼ିଶା ଜନାଦେଶ। କେନ୍ଦ୍ରାପଡ଼ା ଆସନରୁ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ବିଜୟୀ ଲାଭ କରିଛନ୍ତି। ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇ ବାଜି ମାରିଛନ୍ତି ଗଣେଶ୍ବର ବେହେରା।