କୋରେଇ ବିଧାନସଭା ଆସନ: ଆକାଶ ଆଗରେ, ବିଜେଡି ପଛରେ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡିଶାର ୭୪ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୫୭ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ୧୩ଟି ଆସନରେ କଂଗ୍ରେସ ଆଗୁଆ ରହିଛି। କୋରେଇ ଆସନରେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ଆଗରେ ରହିଥିବାବେଳେ ବିଜେଡି ପ୍ରାର୍ଥୀ ପଛରେ ରହିଛନ୍ତି। ତିନି ରାଉଣ୍ଡ ସୁଦ୍ଧା ୫୫୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ।