Odisha Link
Bridging the Missing Links in Odisha

‘ବିଜେପିର ପ୍ରଦର୍ଶନ ନୈରାଶଜନକ’

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏପର୍ଯ୍ୟନ୍ତ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟାଜିକ ନମ୍ବର ଦୃଷ୍ଟିରୁ ଆଗୁଆ ରହିଛି ଏନଡିଏ। ଏସବୁ ଭିତରେ ଲଗାତାର ତୃତୀୟଥର ପାଇଁ ବାରଣାସୀ ଆସନରୁ ଜିତିଲେ ନରେନ୍ଦ୍ର ମୋଦି। ୧ ଲକ୍ଷ ୫୨ ହଜାର ୫୧୩ ଖଣ୍ଡ ଭୋଟରେ ବିଜୟୀ ହେଲେ ମୋଦି। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପ୍ରଦର୍ଶନ ପରେ ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଲୋକଙ୍କ ବିଜୟ, ଲୋକତନ୍ତ୍ରର ବିଜୟ ହୋଇଛି। ବିନମ୍ରତା ସହ ଜନମତକୁ ଗ୍ରହଣ କରୁଛୁ। ଦେଶବାସୀ କୌଣସି ଗୋଟିଏ ଦଳକୁ ବହୁମତ ଦେଇନାହାନ୍ତି। ବିଜେପିର ପ୍ରଦର୍ଶନ ନୈରାଶଜନକ। ବ୍ୟାଙ୍କ ଖାତା ସିଜ୍, ସରକାରୀ ସଂସ୍ଥାକୁ ଆମ ପଛରେ ଲଗାଇଥିଲେ। ତଥାପି INDIA ମେଣ୍ଟକୁ ଭଲ ସଫଳତା ମିଳିଛି। ରାହୁଲ ଗାନ୍ଧିଙ୍କ ୨ଟି ଯାକ ଯାତ୍ରା ସଫଳ ହୋଇଛି। ଭାଜପା ନେତୃତ୍ବର ଅହଙ୍କାର ପାଇଁ ବିଜେପିକୁ କମ୍‌ ଭୋଟ ମିଳିଛି ବୋଲି ମଲିକାର୍ଜୁନ ଖଡ଼ଗେ କହିଛନ୍ତି।

Leave A Reply

Your email address will not be published.