Odisha Link
Bridging the Missing Links in Odisha

ଇନ୍ଦୋରରେ ୩ଟି ରେକର୍ଡ: ନୋଟାକୁ ମିଳିଲା ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ, ଦେଶରେ ବଡ଼ ବିଜୟ ହାସଲ କଲେ ଶଙ୍କର

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନ ହାତେଇଲା ଭାରତୀୟ ଜନତା ପାର୍ଟି। ବିଜେପି ପ୍ରାର୍ଥୀ ଶଙ୍କର ଲଲଓ୍ବାନି ୧୦,୦୮,୦୦୭ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୨,୨୬,୭୫୧ ଭୋଟ ପାଇଛନ୍ତି ତାଙ୍କ ପଛକୁ ବହୁଜନ ସମାଜ ପାର୍ଟି ପ୍ରାର୍ଥି ସଞ୍ଜୟ ମାତ୍ର ୫୧,୬୫୯ ଖଣ୍ଡ ଭୋଟ ପାଇଛନ୍ତି।

ସବୁଠୁ ବଡ଼କଥା ହେଲା ସାରା ଦେଶରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏପର୍ଯ୍ୟନ୍ତ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟାଜିକ ନମ୍ବର ଦୃଷ୍ଟିରୁ ଆଗୁଆ ରହିଛି ଏନଡିଏ। ଏସବୁ ମଧ୍ୟରେ ଇନ୍ଦୋରରେ ନୋଟା ଲହର ଦେଖିବାକୁ ମିଳିଛି। କାରଣ ବିଜେପି ପ୍ରାର୍ଥୀ ୧୨,୨୬,୭୫୧ ଖଣ୍ଡ ଭୋଟ ପାଇଥିବା ବେଳେ ଦ୍ବିତୀୟ ସର୍ବାଧିକ ଭୋଟ ନୋଟାକୁ ଯାଇଛି। ନୋଟାରେ ୨,୧୮,୬୭୪ ଖଣ୍ଡ ଭୋଟ ପଡ଼ିଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଇନ୍ଦୋର ଲୋକସଭା ଆସନରେ ୩ଟି ବଡ଼ ରେକର୍ଡ ହୋଇଛି। ଶଙ୍କର ଲଲଓ୍ବାନି ୧୨ ଲକ୍ଷ ୨୬ ହଜାର ୭୫୧ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ଇନ୍ଦୋରରେ ତାର ପଛ ରେକର୍ଡ ଭାଙ୍ଗି ଦେଇଛି। ଦେଶରେ ସବୁଠୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥି ଜିତିଛନ୍ତି। ନୋଟାରେ ପ୍ରଥମ ଥର ପାଇଁ ୨ ଲକ୍ଷ ୧୮ ହଜାର ୬୭୪ ଭୋଟ ମିଳିଛି। ତାପୂର୍ବରୁ ୨୦୧୯ ମସିହାରେ ବିହାରର ଗୋପାଳଗଞ୍ଜ ଆସନରେ ସର୍ବାଧିକ ୫୧,୬୦୦ ଖଣ୍ଡ ଭୋଟ ନୋଟାରେ ପଡ଼ିଥିଲା।

Leave A Reply

Your email address will not be published.