Odisha Link
Bridging the Missing Links in Odisha

ବିଧାନସଭା ଫଳାଫଳ: ହିଞ୍ଜିଳିରେ ଓ କଣ୍ଟାବାଞ୍ଜିରେ ଆଗୁଆ ନବୀନ

ଓଏଲ୍‌ ବ୍ୟୁରୋ: ଚାଲିଛି ଭୋଟ ଗଣତି। କିଏ ଗଢ଼ିବ ସରକାର ଆଉ କିଛି ସମୟ ପରେ ହୋଇଯିବ ସ୍ପଷ୍ଟ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗତଥର ଭଳି ଏଥର ଦୁଇଟି ଆସନରୁ ନିିର୍ବାଚନ ଲଢ଼ିଥିଲେ। ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଯାକ ଆସନରେ ଆଗୁଆ ରହିଛନ୍ତି।

କଣ୍ଟାବାଞ୍ଜି ବିଧାନସଭା ଆସନରେ ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଗଣତି ଶେଷ ହୋଇଛି। ସେଥିରେ ନବୀନ ପଟ୍ଟନାୟକ ୧୯,୦୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୧୮,୨୬୯ ଖଣ୍ଡ ଭୋଟ ପାଇଛନ୍ତି। ନବୀନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ୮୨୮ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

ସେହିପରି ହିଞ୍ଜିଳି ଆସନରେ ଏପର୍ଯ୍ୟନ୍ତ ୪ଟି ରାଉଣ୍ଡ ଗଣତି ଶେଷ ହୋଇଛି। ସେଥିରେ ନବୀନ ପଟ୍ଟନାୟକ ୧୬,୦୧୩ ଖଣ୍ଡ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ୧୨,୫୬୮ ଖଣ୍ଡ ଭୋଟ ପାଇଛନ୍ତି। ନବୀନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ୩୪୪୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

Leave A Reply

Your email address will not be published.