ପୁଣି ହିଞ୍ଜିଳି ଆସନରେ ବାଜି ମାରିଲେ ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ ପୁଣି ଥରେ ହିଞ୍ଜିଳରେ ବିଧାନସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୩୯୩ରେ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ସୁପ୍ରିମୋ। ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିଲେ। ହେଲେ ତାଙ୍କୁ ଏହି ଆସନରେ ନିରାଶ ହେବାକୁ ପଡ଼ିଛି।