ଓଡ଼ିଶା ବିଧାନସଭା ଫଳାଫଳ: ୩୪ଟି ଆସନରେ ବିଜେପି, ୨୦ଟିରେ ବିଜେଡି ଓ ୫ଟିରେ କଂଗ୍ରେସ ଆଗୁଆ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୩୪ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୨୦ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ୫ଟି ଆସନରେ କଂଗ୍ରେସ ଆଗୁଆ ରହିଛି।