Odisha Link
Bridging the Missing Links in Odisha

ଓଡ଼ିଶା ଲୋକସଭା ଫଳାଫଳ: ୭ଟି ଆସନରେ ବିଜେପି, ୨ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ ଆଗୁଆ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି। ଶାସକ ବିଜୁ ଜନତା ଦଳ ନବରଙ୍ଗପୁର ଓ କନ୍ଧମାଳ ଲୋକସଭା ଆସନରେ ଆଗୁଆ ରହିଛି।

କେନ୍ଦୁଝର ଲୋକସଭା ଆସନ:
ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା କେନ୍ଦୁଝର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ୮୦୦୬ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡି ପ୍ରାର୍ଥୀ ଧନୁର୍ଯ୍ୟୟ ସିଧୁ ୫୬୮୯ ଖଣ୍ଡ ଭୋଟ ପାଇଛନ୍ତି। ଅନନ୍ତ ନାୟକ ବର୍ତ୍ତମାନ ସୁଦ୍ଧା ୨୩୧୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ବରଗଡ଼ ଲୋକସଭା ଆସନ:
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବରଗଡ଼ ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୪,୯୦୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥିନୀ ପ୍ରଣିତା ମିଶ୍ର ୧୭,୬୫୯ ଖଣ୍ଡ ପାଇଛନ୍ତି। ପ୍ରଦୀପ ପୁରୋହିତ ୭୨୪୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ବଲାଙ୍ଗୀର ଲୋକସଭା ଆସନ:
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବଲାଙ୍ଗୀର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ ୩୮୪୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ୩୦୭୮ ଖଣ୍ଡ ପାଇଛନ୍ତି। ସଙ୍ଗୀତା କୁମାରୀ ୭୬୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Leave A Reply

Your email address will not be published.