ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ:ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶାରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ମ୍ୟାଜିକ ନମ୍ବର ଅତିକ୍ରମ କରଥିବା ବେଳେ ବିଜେଡି ୫୨ ଆସନରେ ବାଜିମାତ କରିଛି। ଓଡ଼ିଶାରେ ବିଜେପିର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ବିଜୟ ହୋଇଛି। ଏହା ଓଡ଼ିଶାର ସ୍ବତନ୍ତ୍ର ବିଜୟ। ଏହା ସୁଶାସନ ପାଇଁ ବିଜୟ। ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ ଓ ଓଡ଼ିଶାର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। କଠିନ ପରିଶ୍ରମ କରିଥିବା କର୍ମୀଙ୍କ ପାଇଁ ଗର୍ବିତ ଓ ତାଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବାକୁ ପ୍ରୟାସ ରହିବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।
ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ଏହା ସହ ୨୧ ଲୋକସଭା ଆସନରୁ ୧୯ଟି ବିଜେପି ଖାତାକୁ ଯାଇଛି। ୨୪ ବର୍ଷ ଧରି ଓଡ଼ିଶାରେ ନିରଙ୍କୁଶ କ୍ଷମତା ଭୋଗ କରୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ପାଇଥିବାବେଳେ ଏଥର ତାହାର ଅଧାରୁ ମଧ୍ୟ କମ ଆସନ ପାଇଛି।