Odisha Link
Bridging the Missing Links in Odisha

ସମ୍ବଲପୁର ଲୋକସଭା ଆସନ ଦଖଲ କଲେ ଧର୍ମେନ୍ଦ୍ର, ଶୁଭେଚ୍ଛା ଜଣାଇଲେ ପ୍ରଣବ ପ୍ରକାଶ ଦାସ

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନରେ ବିଜୟୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟୀ ହୋଇଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୮୭ ହଜାର ୮୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୭୧ ହଜାର ୧୯୮ ଖଣ୍ଡ ଭୋଟ୍‌ ମିଳିଛି। ମୋଟ ଭୋଟ ବ୍ୟବଧାନ ୧ ଲକ୍ଷ ୧୬ ହଜାର ୬୨୯ ରହିଛି। ଆନୁଷ୍ଠାନିକ ଭାବେ ଧର୍ମେନ୍ଦ୍ରଙ୍କୁ ବିଜେତା ଘୋଷଣା କରାଯାଇ ନଥିବା ବେଳେ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, ‘ଧର୍ମେନ୍ଦ୍ର ବାବୁ, ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆପଣଙ୍କର ବିଜୟ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା। ଆଶା କରୁଛି, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ସାଂସଦ ଭାବେ ନିରନ୍ତର କାର୍ଯ୍ୟ କରିବେ।’

ସମ୍ବଲପୁର ଆସନରେ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୮୮,୫୭୩ ଖଣ୍ଡ ଭୋଟ ପାଇଛନ୍ତି। ସବୁଠୁ ବଡ଼ କଥା ହେଲା ୧୨, ୪୫୧ ଖଣ୍ଡ ଭୋଟ ନୋଟାରେ ପଡ଼ିଛି। ଯାହା ସବୁଠୁ ଆଶ୍ଚର୍ଯ୍ୟକର।

Leave A Reply

Your email address will not be published.