ପୁରୀ ଲୋକସଭା: ଦିନ ୧୨ଟା ସୁଦ୍ଧା ସମ୍ବିତ ଆଗରେ, ଅରୂପ ପଛରେ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ଏବେ ସୁଦ୍ଧା ପ୍ରାୟ ଆସନରେ ୫ ରାଉଣ୍ଡ ଗଣତି ଶେଷ ହେଲାଣି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗରେ ରହିଛନ୍ତି।
ଦିନ ୧୨ଟା ସୁଦ୍ଧା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ୧,୭୫,୦୬୩ ଭୋଟ ପାଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ୧,୪୨,୭୮୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମ୍ବିତ ପାତ୍ର ୩୨,୨୮୧ ଖଣ୍ଡ ଭୋଟ ଆଗରେ ରହିଛନ୍ତି।
ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ୬,୧୫୨ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।