Odisha Link
Bridging the Missing Links in Odisha

ବଡ଼ ପରଦାରୁ ରାଜନୈତିକ ମୈଦାନ, ସବୁଠି ବାଜି ମାରିଲେ ସିଦ୍ଧାନ୍ତ-ରଚନା

ଓଏଲ୍‌ ବ୍ୟୁରୋ: ଚଳଚ୍ଚିତ୍ର ଦୁନିଆରେ ଦର୍ଶକଙ୍କ ମନ ମୋହୁଥିବା ସୁପରହିଟ୍‌ ଯୋଡ଼ି ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ। ପରଦାରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ରାଜନୀତିରେ ଜନତାଙ୍କ ଭରସା ଜିତିଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି। ଏକଦା ଓଡ଼ିଆ ସିନେମା ଜଗତରେ ହଇଚଇ ସୃଷ୍ଟି କରିଥିବା ସିଦ୍ଧାନ୍ତ ଓ ରଚନା ଏବେ ରାଜନୀତିର ମୈଦାନରେ ନିଜକୁ ସଫଳ ସାବ୍ୟସ୍ତ କରିଛନ୍ତି।

ଅଭିନେତା, ଅଭିନେତ୍ରୀରୁ ରାଜନେତା, ରାଜନେତ୍ରୀର ଯାତ୍ରାରେ ସଫଳ ହୋଇଛନ୍ତି ସିଦ୍ଧାନ୍ତ ଓ ରଚନା। ପ୍ରଥମେ ସିଦ୍ଧାନ୍ତ ୨୦୦୯ରେ ରାଜନୀତିରେ ପାଦ ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ସେ ବ୍ରହ୍ମପୁର ଲୋକସଭାରୁ ଜିତି ବିଜେଡିରୁ ସାଂସଦ ହୋଇଥିଲେ। ଏବେ ପରବର୍ତ୍ତୀ ମୁହୁର୍ତ୍ତରେ ୨୦୨୪ ରେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ସେ ଏବେ ବିଜେପି ଲୋକସଭା ଦିଗପହଣ୍ଡି ପ୍ରାର୍ଥୀ ହୋଇଥିଲେ ଆଉ ଏବେ ସେ ବିଜୟୀ ହୋଇଛନ୍ତି।

ସେହିପରି ରଚନା ବାନାର୍ଜିଙ୍କ ଫିଲ୍ଲ ଦୁନିଆ ପରେ ରାଜନୀତିରେ ପାଦ ଥାପିଥିଲେ। ସେ ପଶ୍ଚିମବଙ୍ଗର ହୁଗୁଳିରୁ ଟିଏମସିରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ। ସେ ମଧ୍ୟ ବିଜୟୀ ହୋଇଛନ୍ତି। ଚଳଚ୍ଚିତ୍ର ଦୁନିଆ ହେଉ କି ରାଜନୀତି ଦୁନିଆ ହେଉ ସବୁଠି ସେ ଦୁଇ ଯୋଡି ବେଶ ଚର୍ଚ୍ଚାରେ ରୁହନ୍ତି। ଏବେ ବିଜୟ ପରେ ଦୁଇ ଯୋଡ଼ି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି।

Leave A Reply

Your email address will not be published.