Odisha Link
Bridging the Missing Links in Odisha

କନ୍ଧମାଳ ଲୋକସଭା: ଅପରାହ୍ନ ୩ଟା ସୁଦ୍ଧା ବିଜେପି ପ୍ରାର୍ଥୀ ସୁକାନ୍ତ ଆଗରେ, ଅଚ୍ୟୁତ ପଛରେ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଭୋଟ ଗଣତି। ଆଉ କିଛି ସମୟ ପରେ ଆସିଯିବ ନିର୍ବାଚନ ଫଳାଫଳ। କିଏ ଓଡ଼ିଶାରେ ସରକାର କରିବ ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ କନ୍ଧମାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆଗରେ ରହିଛନ୍ତି।

ଅପରାହ୍ନ ୩ଟା ସୁଦ୍ଧା ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ୩,୧୪,୮୯୯ ଭୋଟ ପାଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୩,୦୨,୩୫୩ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସୁକାନ୍ତ ପାଣିଗ୍ରାହୀ ୧୨,୫୪୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ୭୪,୬୩୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.