ରଣପୁରରେ ବିଜୟର ଧ୍ବଜା ଉଡାଇଲା ବିଜେପି, ଜିତିଲେ ସୁରମା ପାଢ଼ୀ

ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି।ଜୋରଦାର ଟକ୍କର ସହ ଜିତିଲେ ସୁରମା ପାଢ଼ୀ। ରଣପୁର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କ ଠାରୁ ୧୫୩୪୬ ଭୋଟରେ ରଣପୁର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ହୋଇଛନ୍ତି।