ଜୟପୁର ଆସନ ହାତେଇଲା କଂଗ୍ରେସ, ପୁଣି ବାଜି ମାରିଲେ ତାରା ବାହିନୀପତି

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟର ଶାସକଦଳ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ ପୁଣି ଥରେ ତାରା ପ୍ରସାଦ ବାହିନୀ ପତି ଜୟପୁର ଆସନରୁ ବିଜୟୀ ଲାଭ କରିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ଠାରୁ ୧୨୮୭୭ ଖଣ୍ଡ ଭୋଟରେ ଆଗରେ ରହି ତାରା ପ୍ରସାଦ ବାହିନୀ ପତି ଜୟପୁର ଆସନରୁ ବିଜୟୀ ହୋଇଛନ୍ତି।