ଓଡ଼ିଶା ବିଧାନସଭା ଫଳାଫଳ: ୩୮ଟି ଆସନରେ ବିଜେପି, ୨୩ଟିରେ ବିଜେଡି ଓ ୫ଟିରେ କଂଗ୍ରେସ ଆଗୁଆ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବାରଣାସୀରେ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ଆଗୁଆ ରହିଥିବାବେଳେ ମୋଦି ପଛରେ ରହିଛନ୍ତି। ଅଜୟ ରାୟ ୪୯୯୮ ଭୋଟରେ ଆଗୁଆ ରହିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ ଆଗୁଆ ରହିଛନ୍ତି।