Odisha Link
Bridging the Missing Links in Odisha

ଏନଡିଏ ନେତା ନିର୍ବାଚିତ ହେଲେ ମୋଦି

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ)ର ବୈଠକ। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ନେତା ଭାବେ ଚୟନ କରାଯାଇଛି।

ଆଉକିଛି ସମୟ ପରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ସମେତ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ସମସ୍ତ ସହଯୋଗୀ ଦଳର ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ବୁଧବାର ରାତି ସୁଦ୍ଧା ଦଳୀୟ ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସରକାର ଗଠନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ କେଉଁଦିନ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବେ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଅନ୍ୟପଟେ ସହଯୋଗୀ ଦଳଗୁଡ଼ିକ ଏନଡିଏକୁ ସରକାର ଗଠନ କରିବାରେ ସମର୍ଥନ ଜଣାଇବାକୁ ଘୋଷଣା କରିଥିଲେ ହେଁ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଉପରେ ସମସ୍ତଙ୍କ ନଜର ରହିପାରେ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.