ନିଖୋଜ ଡାକ୍ତରଙ୍କ ମିଳିଲା ପତ୍ତା, ନିରାପଦରେ ଅଛନ୍ତି ଅମ୍ଳାନ ଭୋଇ

ଓଏଲ୍ ବ୍ୟୁରୋ: କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇଙ୍କ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ୪ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଆଜି ତାଙ୍କର ପତ୍ତା ମିଳିଛି। ଡାକ୍ତର ଅମ୍ଳାନ ଭୋଇ ନିରାପଦରେ ଥିବା ସୂଚନା ମିଳିଛି। ସେ ନିରାପଦରେ ଅଛନ୍ତି। ତାଙ୍କୁ କର୍ଣ୍ଣାଟକରୁ ମାଲକାନଗିରି ଅଣାଯାଉଛି ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଥିଲେ ଡାକ୍ତରଙ୍କ ବାପା। ଅମ୍ଲାନଙ୍କ ବାପା, ମାମୁଁ, ସମ୍ପର୍କୀୟ ଏବଂ ସାହିବାସିନ୍ଦା ମିଳିତ ଭାବେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ସହ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। କନ୍ଧମାଳ ଟିକାବାଲି ଅଞ୍ଚଳରେ ଡାକ୍ତର ଅମ୍ଲାନଙ୍କ ଘର। ଏନେଇ କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କୁ ଫୁଲବାଣୀରେ ଭେଟି ମାମଲାର ତଦନ୍ତ କରିବା ସହ ପୁଅକୁ କିଏ ଅପହରଣ କରିଛି ସେ ନେଇ ତଦନ୍ତ କରିବାକୁ ନିବେଦନ କରିଥିଲେ। ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଅମ୍ଲାନଙ୍କୁ ଉଦ୍ଧାର କରିବାକୁ ତଦନ୍ତ ଚଳାଇଥିଲେ। ଏହା ପରେ ଆଜି ତାଙ୍କର ପତ୍ତା ମିଳିଛି।