ଆଜିଠୁ ଟିମ୍ ଇଣ୍ଡିଆର ବିଶ୍ବକପ୍ ଅଭିଯାନ, ୧୧ ବର୍ଷର ଟ୍ରଫି ମରୁଡ଼ିର ହେବ କି ଅନ୍ତ

ଓଏଲ୍ ବ୍ୟୁରୋ: ଆଉକିିଛି ସମୟର ଅପେକ୍ଷା। ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ। ରୋହିତ ବାହିନୀ ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି ମୁକାବିଲା ନ୍ୟୁୟକର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
ଦୁଇ ମାସ ଧରି ଆଇପିଏଲ୍ ଖେଳି ବିଶ୍ବକପ୍ ଯାଇଥିବା ଭାରତୀୟ ଖେଳାଳିମାନେ ନିଶ୍ଚିତ ଭାବେ ଭଲରେ ଅଭିଯାନ ଆରମ୍ଭ କରିବାକୁ ଚାହିବେ। କିନ୍ତୁ ନସାଉ କାଉଣ୍ଟି ଷ୍ଟାଡିୟମ୍ରେ ପିଚ୍ ବୋଲରଙ୍କୁ ଅଧିକ ସୁହାଉଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପିଚ୍ରେ ଲୋ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ପରାଜୟ ପରଠାରୁ ରୋହିତ ଶର୍ମା ତାଙ୍କ ଖେଳ ଜୀବନକୁ ଶେଷ କରିବା ପୂର୍ବରୁ ଏକ ଆଇସିସି ଟ୍ରଫି ଜିତିବାକୁ ସ୍ବପ୍ନ ଦେଖିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍ (, ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍, ୟୁଝବେନ୍ଦ୍ର ଚହଲ।
ଆୟର୍ଲାଣ୍ଡ୍ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍ରେଲ୍, ଗ୍ରାହାମ ହୁମ୍, ଜୋସ୍ ଲିଟଲ୍, ବାରି ମ୍ୟାକର୍ଥି, ନିଲ୍ ରକ୍, ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର , ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ୍।