Odisha Link
Bridging the Missing Links in Odisha

୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ: ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆସନ୍ତା ୩/୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ। ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି। ତେବେ ଏନେଇ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।

ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ୩ରୁ୪ ଦିନ ଅର୍ଥାତ୍‌ ଜୁନ୍‌ ୮ କିମ୍ବା ୯ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Leave A Reply

Your email address will not be published.