Odisha Link
Bridging the Missing Links in Odisha

ଆଜି ଏନ୍‌ଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ, ସାମିଲ ହେବେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ। ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଛନ୍ତି। ବିଜୟ ପରେ ଆଜି ଏନ୍‌ଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଦିଲ୍ଲୀରେ ଆଜି ଅପରାହ୍ନରେ ବସିବ ଏନ୍‌ଡିଏ ବୈଠକ।

ଏହି ବୈଠକରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ସାମିଲ ହେବେ। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି। ଏହାପରେ ଏନଡିଏର ବୈଠକ ଡକାଯାଇଛି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ।

Leave A Reply

Your email address will not be published.