Odisha Link
Bridging the Missing Links in Odisha

ଚାଲିଛି ଏନଡିଏ ବୈଠକ, କିଙ୍ଗମେକର ନୀତୀଶ କୁମାରଙ୍କ ବଡ଼ ଦାବି ନେଇ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ଚଳିତ ଲୋକସଭା ନିର୍ବାଚନରେ ୧୨ଟି ଆସନରେ ବିଜୟ ଓ ବିଜେପି ଏକାକି ବହୁମତ ହାସଲ କରିବାରେ ବିଫଳ ହେବା ପରେ ଏନଡିଏର ପ୍ରମୁଖ ସହଯୋଗୀ ଭାବେ ଉଭା ହୋଇଛନ୍ତି ନୀତୀଶ କୁମାର। ଚଳିତ ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ୧୨ଟି ଆସନରେ ବିଜୟୀ ହୋଇଛି। ଏସବୁ ମଧ୍ୟରେ ନୀତୀଶ କୁମାର ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ତାଙ୍କ ଦଳକୁ ୪ଟି ପ୍ରମୁଖ ବିଭାଗର ମନ୍ତ୍ରୀ ପଦ ଦେବା ପାଇଁ ଦାବି କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ଆଗରେ ବଡ଼ ଦାବି ରଖିଛନ୍ତି। ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଠନରେ ‘ପ୍ରମୁଖ ସହଯୋଗୀ’ ଭାବେ ଜେଡିୟୁ ଉଭା ହୋଇଛି। ଏନଡିଏରେ ନୂଆ ସ୍ଥିତି ଜାହିର କରିବା ପାଇଁ ନୀତୀଶ କୁମାର ଅତି କମ୍‌ରେ ୪ରୁ୫ କ୍ୟାବିନେଟ ମନ୍ତ୍ରୀ ପଦ ଆଶା ରଖିଛନ୍ତି।

ଅନ୍ୟପଟରେ ଆରମ୍ଭ ହୋଇଛି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂଆଦିଲ୍ଲୀରେ ହେଉ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଚନ୍ଦ୍ରବାବୁଙ୍କ ଟିଡିପି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମାଗିପାରେ। ସେହିପରି ନୀତୀଶ କୁମାରଙ୍କ ଭୂମିକା କ’ଣ ରହିବ ତା ଉପରେ ବି ସମସ୍ତଙ୍କ ନଜର ରହିଛି। ଜୁନ୍ ୪ର ଜନାଦେଶ ପରେ ଏବେ ଅପେକ୍ଷା କିଏ କେତେ ବେଳେ ଶପଥ ଗ୍ରହଣ କରିବେ। ଆଜି ଏହା ଉପରେ ସାରା ଦେଶର ନଜର ରହିଛି ।

Leave A Reply

Your email address will not be published.