ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ଓଏଲ୍ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରଣୀ ଦେବୀ ଘାଟ ଠାରେ ବାଣ ବିସ୍ଫୋରଣ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଛି। ଘଟଣାରେ ଅନ୍ୟ ୧୨ଜଣ ବର୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଯାଇଥିବାରୁ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ତେବେ ଏହି ଘଟଣାକୁ ନେଇ ଆଜି ପୁରୀ ସର୍କିଟ ହାଉସ ଠାରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ତଦନ୍ତ କରାଯିବ।ଘଟଣା ଦିନକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଆଜି ଅପରାହ୍ନ ୩ଟାରୁ ୭ ମଧ୍ୟରେ ସାଧାରଣ ଜନତାଙ୍କ ଠାରୁ ମତ ଗ୍ରହଣ କରାଯିବ ବୋଲି ଜଣାପଡିଛି। କମିଶନରଙ୍କ ଏହି ତଦନ୍ତ ପ୍ରକ୍ରିୟାରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ।