ପୁରୀ ବାଣ ବିସ୍ଫୋରଣ ଘଟଣା: ତଦନ୍ତ ଆରମ୍ଭ କଲେ ଏସ୍ଆରସି
ଓଏଲ୍ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରଣୀ ଦେବୀ ଘାଟ ଠାରେ ବାଣ ବିସ୍ଫୋରଣ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଛି। ଘଟଣାରେ ଅନ୍ୟ ୧୨ଜଣ ବର୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଯାଇଥିବାରୁ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ତେବେ ଏହି ଘଟଣାକୁ ନେଇ ଆଜି ପୁରୀ ସର୍କିଟ ହାଉସ ଠାରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ସର୍କିଟ୍ ହାଉସ୍ରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଏସପି, ଜିଲ୍ଲାପାଳ ଉପସ୍ଥିତ ରହିଥିବାବେଳେ ମୃତାହତଙ୍କ ପରିବାରର ସଦସ୍ୟଙ୍କ ଅଭିଯୋଗ, ଆପତ୍ତିର ସମୀକ୍ଷା ହେବ। ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ ଅଧିକାରୀ ପକ୍ଷ ରଖିବେ।