Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ, ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫଡ୍‌ନାଭିସ!

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ହେଲେ ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ଫଡ୍‌ନାଭିସ। ନିଜ ପଦରୁ ଇସ୍ତଫା ଦେଇ ଦଳ ପାଇଁ କାମ କରିବି ବୋଲି ସେ କହିଛନ୍ତି। ୨୦୧୯ରେ ବିଜେପି ଦଳ ମହାରାଷ୍ଟ୍ରର ୪୮ ଆସନରୁ ୨୩ରେ ଜିତିଥିଲା। ହେଲେ ଚଳିତ ବର୍ଷ ଏହା ୯ରେ ସୀମିତ ରହିଛି। ଯାହାକୁ ନେଇ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ଫଡ୍‌ନାଭିସ।

ମହାରାଷ୍ଟ୍ର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, “ମହାରାଷ୍ଟ୍ରରେ ଏଭଳି ଫଳାଫଳ ପାଇଁ ମୁଁ ଦାୟିତ୍ୱ ଗ୍ରହଣ କରୁଛି। ମୁଁ ଦଳର ନେତୃତ୍ୱ ନେଉଥିଲି। ମୁଁ ସରକାରଙ୍କ ଦାୟିତ୍ୱରୁ ମୁକ୍ତି ପାଇବାକୁ ବିଜେପି ହାଇକମାଣ୍ଡଙ୍କୁ ଅନୁରୋଧ କରୁଛି ଯାହା ଦ୍ୱାରା ମୁଁ ଆଗାମୀ ନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିପାରିବି। ୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଭାଜପା ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି।”

Leave A Reply

Your email address will not be published.