କେନ୍ଦ୍ର କ୍ୟାବିନେଟର ନିଷ୍ପତି, ସପ୍ତଦଶ ଲୋକସଭା ଭଙ୍ଗ ପାଇଁ ସୁପାରିସ୍
ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ସପ୍ତଦଶ ଲୋକସଭା ଭଙ୍ଗ ପାଇଁ ସୁପାରିସ୍ କରାଯାଇଛି। ଲୋକସଭା ଭଙ୍ଗ ପାଇଁ କେନ୍ଦ୍ର କ୍ୟାବିନେଟ ସୁପାରିସ୍ କରିଛି। ନିକଟରେ ଶେଷ ହୋଇଥିବା ନିର୍ବାଚନ ପରେ ଏକ ନୂତନ ସରକାର ଗଠନକୁ ପରିବର୍ତ୍ତନ ପାଇଁ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି।