Odisha Link
Bridging the Missing Links in Odisha

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍‌

ଓଏଲ୍‌ ବ୍ୟୁରୋ: ସରିଲା ନିର୍ବାଚନ। ପ୍ରକାଶ ପାଇଲା ଫଳାଫଳ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍‌। ଭାରତୀୟ ଜନତା ପାର୍ଟି ଦ୍ବାରା ଦାୟର ହୋଇଥିବା ଏକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଚନ୍ତି କୋର୍ଟ।

ଏକ ଖବରକାଗଜ ରାହୁଲ ବଦନାମ କରିବା ପରି ଏକ ବିଜ୍ଞାପନ ଦେଇଛନ୍ତି ବୋଲି ଅଭିଯୋଗ ଆଣି ବିଜେପିର କର୍ଣ୍ଣାଟକ ୟୁନିଟ୍ ଦ୍ବାରା ଏକ ମାମଲା ରୁଜୁ ହୋଇଥିଲା। ଏବେ ସେହି ମାମଲାରେ ରାହୁଲଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି।

ବିଜେପି ସାଂସଦ ଏସ କେଶବ ପ୍ରସାଦ ଏହାକୁ ନେଇ ମାନହାନି ମକଦ୍ଦମା ଦାୟର କରିଥିଲେ। ସେ ଦାବି କରିଥିଲେ ଯେ ଡି କେ ଶିବକୁମାର, ସିଦ୍ଧରମୟା ଏବଂ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ସମେତ ଦଳର ନେତାଙ୍କ ବିରୋଧରେ ମିଥ୍ୟା ବିଜ୍ଞାପନ ଲଗାଇଛନ୍ତି।

Leave A Reply

Your email address will not be published.