ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ ରାଜ୍ୟପାଳ, ଦେଶବାସୀଙ୍କ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା
ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ପୁରୀରେ ସପରିବାର ସହ ରାଜ୍ୟପାଳ ରଘୁବର ଦାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦେଶର ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ।
ଓଡ଼ିଶାରେ ଜନହିତ କଲ୍ୟାଣ ଯୋଜନା ଚାଲୁରହିଛି ତେବେ ନୂଆ ସରକାରଙ୍କ ଯୋଜନା ଲାଗୁ ନହେବା ପର୍ଯ୍ୟନ୍ତ ଜନହିତ କଲ୍ୟାଣ ଯୋଜନା ଚାଲୁରହିବ। ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ନେଇ ରାଜ୍ୟପାଳ ଚେଷ୍ଟା କରିବା ସହ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିକଶିତ ରାଜ୍ୟ ଭାବେ ଓଡିଶାକୁ ଗଢି ତୋଳିବା ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।