Odisha Link
Bridging the Missing Links in Odisha

ମୋଦିଙ୍କ ନୂଆ ଟିମ୍‌ରେ କାହାକୁ ମିଳିବ ସ୍ଥାନ ? କିଏ କିଏ ହେବେ ମନ୍ତ୍ରୀ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣିଥରେ ନରେନ୍ଦ୍ର ମୋଦି ସରକାର ହେବାକୁ ଯାଉଛି। ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପରେ ମୋଦି ହେଉଛନ୍ତି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଯିଏ ୩ୟ ଥର ପାଇଁ ଲଗାତାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ରବିବାର ସନ୍ଧ୍ୟା ୬ଟା ସମୟରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଦେଶ-ବିଦେଶର ବଡ଼ ବଡ଼ ନେତା ବର୍ଣ୍ଣାଢ଼୍ୟ ଉତ୍ସବରେ ସାମିଲ ହୋଇ ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ ହେବେ। ଏସବୁ ମଧ୍ୟରେ ସବୁଠୁ ବଡ଼କଥା ହେଲା କି, ପିଏମ୍‌ ମୋଦିଙ୍କ ନୂଆ ଟିମ୍‌ରେ କାହାକୁ ମିଳିବ ସ୍ଥାନ। ମୋଦି ୩.୦ରେ ମନ୍ତ୍ରୀ ପଦ କାହାକୁ ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ହେଲେ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ସୂଚନା ଦିଆଯାଇ ନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପିର ସହଯୋଗୀ ଦଳ ଗୁଡ଼ିକ ଆଲୋଚନା ସରିଛି। ବିଚାର-ବିମର୍ଶର ଅନ୍ତିମ ରୂପରେଖ ଦେବା ବାକି ଅଛି। ଏପରିକି ଆଜି ଏନଡିଏ ସଂସଦୀୟ ଦଳ ନେତା ଭାବେ ନରେନ୍ଦ୍ର ମୋଦି ଚୟନ ହୋଇ ସାରିଛନ୍ତି। ଆଉ କିଛି ସମୟ ପରେ ମୋଦି ଏନଡିଏ ସହଯୋଗୀ ଦଳ ଗୁଡ଼ିକ ସହିତ ଆଲୋଚନା କରିବେ ବୋଲି ସୂଚନା ରହିଛି। ସବୁଠୁ ବଡ଼କଥା ହେଲେ ମୋଦି ୩.୦ ସରକାର ଗଠନ ଆଗେଇ ଚାଲିଥିବା ବେଳେ ବିଜେପିର ସହଯୋଗୀ ଦଳ ଗୁଡ଼ିକ ବିଭିନ୍ନ ବିଭାଗ ଦାବି କରିଥିବା ସୂଚନା ରହିଛି। ଏଥର ବିଜେପି ତାର ସହଯୋଗୀ ଦଳ ଗୁଡ଼ିକର ଦାବି ଗୁଡ଼ିକୁ ଅଣଦେଖା କରି ପାରିବ ନାହିଁ। କାରଣ ଏଥର ମ୍ୟାଜିକ ନମ୍ବର ହାସଲ କରି ପାରିନାହିଁ ବିଜେପି।

ମୋଦି ସରକାରର ସମ୍ଭାବିତ ମନ୍ତ୍ରୀ:
ଏସ୍‌ ଜୟଶଙ୍କର, ନୀତିନ୍‌ ଗଡ଼କରୀ, ରାଜନାଥ ସିଂହ, ଅମିତ ଶାହ, ପୀଷୂୟ ଗୋଏଲ, ଚିରାଗ ପାଶଓ୍ବାନ, ବାଂସୁରୀ ସ୍ବରାଜ, ରାମବୀର ସିଂହ ବିଧୁଡି, ରାଜୀବ ପ୍ରତାପ ରୁଡି, ଅନୁରାଗ ଠାକୁର, ଗଜେନ୍ଦ୍ର ସିଂହ ଶେଖାଓ୍ବତ, ଲଲନ ସିଂହ, ଭୂପେନ୍ଦ୍ର ଯାଦବ ପ୍ରମୁଖ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.