Odisha Link
Bridging the Missing Links in Odisha

ଆଡଭାନୀ, ରାମନାଥ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି, ୯ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଓଏଲ୍‌ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଠିକ୍‌ ଏଭଳି ଢଙ୍ଗରେ ଜୁନ୍‌ ୯ ତାରିଖ ସନ୍ଧ୍ୟା ୬ଟାରେ ଶପଥ ନେବେ ମୋଦି। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦି ନେତା ଭାବେ ନିର୍ବାଚିତ ହୋଇସାରିଛନ୍ତି। ଆଉ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି।

ଏସବୁ ମଧ୍ୟରେ ଖୁବଶୀଘ୍ର ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ। ଏନଡିଏ ଦଳର ଚିଠି ରାଷ୍ଟ୍ରପତିଙ୍କୁ ଦେବା ପୂର୍ବରୁ ଆଜି ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି।

ଏନଡିଏ ସଂସଦୀୟ ଦଳ ବୈଠକ ଶେଷ ହେବା ପରେ ମୋଦି ପ୍ରଥମେ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଏଲକେ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଆଡଭାନୀଙ୍କୁ ଫୁଲତୋଡ଼ା ଦେବା ସହିତ ସ୍ବାସ୍ଥବସ୍ଥା କଥା ପଚାରି ବୁଝିଥିଲେ। ପରେ ଦୁହେଁ ଅନେକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ସେହପିରି ମୋଦି ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ମୋଦି ଫୁଲତୋଡ଼ା ଦେଇଥିଲେ। ତାଙ୍କୁ ସରକାର ଗଠନ ବିଷୟରେ ଜଣାଇଥିଲେ। ଯୋଶୀ ଓ ଆଡଭାନୀଙ୍କ ଆଶୀର୍ବାଦ ପାଇଁ ମୋଦି ଆଜି ସେମାନଙ୍କୁ ଭେଟିଛନ୍ତି। ସେହପିରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ନରେନ୍ଦ୍ର ମୋଦି।

Leave A Reply

Your email address will not be published.