Odisha Link
Bridging the Missing Links in Odisha

ଆଜି ଏନ୍‌ଡିଏର ସଂସଦୀୟ ବୋର୍ଡ ବୈଠକ, ଦିଲ୍ଲୀ ଗସ୍ତରେ ଓଡ଼ିଶାର ନବନିର୍ବାଚିତ ସାଂସଦ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ଆଜି ଆଜି ଏନଡିଏର ସଂସଦୀୟ ଦଳ ବୈଠକ ହେବ। ଆଉ ଏହା ପୂର୍ବରୁ ଓଡ଼ିଶାର ନେତୃତ୍ୱ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶାରେ ବିଜେପି ୨୦ ଲୋକସଭା ଆସନ ଜିତିଛି। ତେଣୁ କେନ୍ଦ୍ରରେ ଓଡ଼ିଶାକୁ ବେଶ ଗୁରୁତ୍ୱ ଦେଇପାରେ ଦଳ।

ବିଜେପିର ନବନିର୍ବାଚିତ ସାଂସଦଙ୍କ ବ୍ୟତୀତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ରାଜ୍ୟ ବିଜେପିର ନବନିର୍ବାଚିତ ସାଂସଦ ଓ ରାଜ୍ୟ ସଭାପତିଙ୍କ ସହ ବୈଠକ ବସିବ। ଲୋକସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍‌ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.