Odisha Link
Bridging the Missing Links in Odisha

ପୁଣି ବାଲେଶ୍ବରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟରେ ଥରିଲେ ଲୋକେ

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦ କଲା ଆତଙ୍କିତ। ଭୟରେ ଥରିଲେ ଲୋକେ। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ବାଲେଶ୍ବର ଜିଲ୍ଲା ସୋରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟରେ ୨ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନା ଅନୁସାରେ, ଗତକାଲି ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ୧ ମିନିଟରେ ୨ରୁ ୩ ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେଆଜି ପୁଣି ଏହି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.