Odisha Link
Bridging the Missing Links in Odisha

ସଜେଇ ହେଉଛି ଜନତା ମୈଦାନ, ୧୦ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାରେ ବିଜେପି ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ରାଜ୍ୟର ମୁଖିଆ ଗାଦିରେ କିଏ ବସିବ ସେନେଇ କସରତ ଜାରି କରିଛି।

ଅନ୍ୟପଟେ, ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ଆସନ୍ତା ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଶପଥ ସମାରୋହ ପାଳନ ହେବ। ଯାହାକୁ ନେଇ ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୦ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଉତ୍ସବ ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ଥିତିର ସମୀକ୍ଷା କରିବା ସହ କାର୍ଯ୍ୟର ତଦାରଖ କରାଯାଇଛି।

ସୂଚନା ଅନୁସାରେ, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଓ ଅନେକ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ ସୁରକ୍ଷାର ତଦାରଖ ପାଇଁ ପୁଲିସ ଡିଜିପିଙ୍କ ସମେତ ପୁଲିସ ବିଭାଗ ପକ୍ଷରୁ ସ୍ଥିତି ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.