Odisha Link
Bridging the Missing Links in Odisha

“କିଛି ଲୋକ ଭୋଟ ଦିଅନ୍ତି, ଆଉ କିଛି ଲୋକ ଚାପୁଡ଼ା”

ଓଏଲ୍‌ ବ୍ୟୁରୋ: ମଣ୍ଡିର ନବନିର୍ବାଚିତ ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗରେ ରାଜନୈତିକ ଛୁଙ୍କ ମାରିଲେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଗତକାଲି ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଆଇଏସ୍‌ଏଫ୍‌ କନେଷ୍ଟବଳ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ।

ଗତକାଲି କଙ୍ଗନା ବୋର୍ଡିଂ ପାଇଁ ଯାଉଥିବାବେଳେ ସିଆଇଏସ୍‌ଏଫ୍‌ କନେଷ୍ଟବଳ ତାଙ୍କୁ ଚାପୁଡ଼ା ମାରିଥିଲେ। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ୍‌ କ‌ନେଷ୍ଟବଳଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ କୁଲୱିନ୍ଦର କୌର। କଙ୍ଗନାଙ୍କୁ ଚାପୁଡ଼ା ମାରିବାପରେ ସିଆଇଏସଏଫ୍‌ କନେଷ୍ଟବଳ କହିଛନ୍ତି, ଏହା କୃଷକଙ୍କୁ ଅସମ୍ମାନ କରିଥିବା କାରଣ ପାଇଁ। ଏକ୍ସରେ ଏକ ପୋଷ୍ଟ୍‌ କରି କଙ୍ଗନା କହିଛନ୍ତି, ମୁଁ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଅଛି।

ଏବେ ଏହି ଘଟଣାରେ ରାଜନୈତିକ ଛୁଙ୍କ ମାରିଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି, ବାସ୍ତବରେ କାହାର ଭୁଲ ଅଛି ମୋତେ ଜଣାନାହିଁ। ଆଗ ପ୍ରସଙ୍ଗର ତର୍ଜମା କରିବି ତାପରେ ଉତ୍ତର ରଖିବି। ସେ ଆହୁରି କହିଛନ୍ତି କିଛି ଲୋକ ଭୋଟ ଦିଅନ୍ତି ତ ଆଉ କିଛି ଲୋକ ଚାପୁଡ଼ା ମାରନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍ କନଷ୍ଟେବଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୁଲୱିନ୍ଦର କୌରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.