Odisha Link
Bridging the Missing Links in Odisha

ଦିଲ୍ଲୀ ବୈଠକ ଉପରେ ସାରା ଓଡ଼ିଶାର ନଜର, ହୋଇପାରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ବିଜେଡି ଗଡ଼କୁ ଭାଙ୍ଗି ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ୨୭ ବର୍ଷର ସଫଳ ଆଞ୍ଚଳିତ ଦଳ ବିଜେଡିକୁ ହରାି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ତେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଦିଲ୍ଲୀ ବୈଠକ ଉପରେ ରହିଛି ସାରା ଓଡ଼ିଶାର ନଜର।

ଆଜି ଏନ୍‌ଡିଏ ସଂସଦୀୟ ଦଳ ନେତା ମାନେ ମୋଦି ମନୋନୀତ ହୋଇଛନ୍ତି। ଏଥିସହିତ ଏନ୍‌ଡିଏ ସରକାର ଗଠନ କରିବା ନିମନ୍ତେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ସରକାର ଗଢ଼ିବା ପାଇଁ ସମର୍ଥନ ପତ୍ର ଦାଖଲ କରିଛନ୍ତି। ଏସବୁ ପରେ ଓଡ଼ିଶାକୁ ନେଇ ଲାଗି ରହିଛି ବିଚାର ବିମର୍ଶ। ବର୍ତ୍ତମାନ କେନ୍ଦ୍ରୀୟ ନେୃତତ୍ବଙ୍କ ସହ ଆଲୋଚନା କରୁଛନ୍ତି ଓଡ଼ିଶା ବିଜେପିର ଶୀର୍ଷ ନେତୃତ୍ବ। ଏପରିକି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ବିଚାର ଚାଲିଥିବା ଜଣାପଡ଼ିଛି।

ଅନ୍ୟପଟେ ଆସନ୍ତାକାଲି ବସିବ ବିଧାୟକ ଦଳ ବୈଠକ। ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବାଛିବେ ନେତା। କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ମୋହର ବାଜିବ। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ।

ଆସନ୍ତା ୧୦ରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଜନତା ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ। ଏନେଇ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.