Odisha Link
Bridging the Missing Links in Odisha

୫୩ ବର୍ଷ ପରେ ବିରଳ ଯୋଗ: ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା

ଓଏଲ୍‌ ବ୍ୟୁରୋ: ଆଉ ଏକ ମାସରୁ କମ୍‌ ସମୟ ରହିଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ହାତରେ ଦୁଇଦିନ ସମୟ କମ୍‌ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।

ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ନୂଆ ସରକାର ଗଠନ ପରେ ନିଯୋଗ ଶ୍ରୀମନ୍ଦିର ଦଇତାପତି ନିଯୋଗ ସରକାରଙ୍କ ସହ ଆଲୋଚନା କରିବ ବୋଲି ନିଯୋଗ ନିଷ୍ପତ୍ତି ନେଇଛି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଶେଷ ପାଇଁ ନିଯୋଗ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।

ନିଯୋଗ ବୈଠକରେ ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତବର୍ଷର ନୀତିକାନ୍ତି କରିବାକୁ ମତପ୍ରକାଶ ପାଇଥିଲା। ୧୯୭୧ ମସିହା ରଥଯାତ୍ରା ରେକର୍ଡର ତର୍ଜମା କରାଯାଇଥିଲା। ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଚଳିତବର୍ଷ ଏତେ କମ୍‌ ସମୟ ଭିତରେ କିଭଳି ଶୃଙ୍ଖଳିତ ରଥଯାତ୍ରା କରାଯିବ, ସେ ଉପରେ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ୧୯୭୧ ମସିହା ରଥଯାତ୍ରା ଆଧାରରେ ଚଳିତବର୍ଷର ରଥଯାତ୍ରା କରିବାକୁ ମତପ୍ରକାଶ ପାଇଥିଲା। ୧୯୭୧ ମସିହାରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ହୋଇଥିଲା। ଏହି ବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଟାଣି ରଥ ରଥ ସିଂହଦ୍ବାର ଚକଡ଼ାକୁ ନିଆଯାଇଥିଲା। ନେତ୍ରୋତ୍ସବ ଦିନ ଅପରାହ୍ନ ୨ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

Leave A Reply

Your email address will not be published.